Skip to main content

Posts

Showing posts from July, 2022

ଦେବର୍ଷି ନାରଦ

ଦେବର୍ଷି ନାରଦ - ଏଇ ନାମ ଟି ଭାରତ ର କୋଣେ ଅନୁକୋଣେ ସମସ୍ତଙ୍କୁ ଜଣା | ଘରେ ପିଲାମାନେ ମାଡ଼ପିଟ ହେଲାବେଳେ ଆମେ କହୁ "ଏଇଟା କଳିହା ନାରଦ" ଟିଏ | କେହି ଜଣେ ଚୁଗୁଲିଆ ପ୍ରକୃତି ର ଲୋକ କୁ ଦେଖି ଦେଲେ ଆମ ପାଟି ରୁ ବାହାରି ପଡେ "ଆରେ କଳିହା ନାରଦ" ଆସିଗଲା | ହେଲେ ଆପଣ ମାନେ ମନେ ପକେଇ କହିଲେ, ଦେବର୍ଷି ନାରଦ କଣ ସତରେ କେଉଁଠି କଳି ଲଗେଇ ଥିଲେ? ସେ ତ ଯେଉଁଠି ଆବିର୍ଭାବ ହୁଅନ୍ତି ସେଠି 'ନାରାୟଣ... ନାରାୟଣ... ନାରାୟଣ' ଶବ୍ଦ ରେ ବାତାବରଣ ପୂରି ଉଠେ | ତାଙ୍କର ଆବିର୍ଭାବ ହୁଏ କୌଣସି ଏକ ଭବିଷ୍ୟ ବାଣୀ କରିବା ପାଇଁ ନଚେତ ସମଗ୍ର ସୃଷ୍ଟି ଉପରେ ମାଡି ଆସୁଥିବା କୌଣସି ବିପତ୍ତି ସମ୍ପର୍କ ରେ ସମସ୍ତଙ୍କୁ ଅବଗତ କରେଇବା ପାଇଁ | ଶିକ୍ଷା, ବ୍ୟାକରଣ, ଆୟୁର୍ବେଦ, ଜ୍ୟୋତିଷ, ବେଦ, ଉପନିଷଦ, ଇତିହାସ, ପୁରାଣ, କବି, ମହାପଣ୍ଡିତ, ସଂଗୀତ ବିଶାରଦ ଏବଂ ଆହୁରି କେତେ କଣ ବିଦ୍ୟା ରେ ସେ ଏକାଧାର ରେ ପାରଙ୍ଗମ ଥିଲେ | ଯେଉଁ ମାନେ ହିନ୍ଦୁ ଧର୍ମ ର ମହତ୍ୱ, ଏବଂ ସେଥିରେ ଥିବା ଦେଵାତ୍ମା ମାନଙ୍କର ମହାନତା କୁ ସହ୍ୟ କରି ପାରନ୍ତି ନାହିଁ, ଏଇ ସବୁ ଗୁଜବ କେବଳ ସେମାନଙ୍କ ଦ୍ୱାରା ପ୍ରଚାରିତ ହୋଇଥାଏ, ହିନ୍ଦୁ ଧର୍ମ ଓ ସଂସ୍କୃତି କୁ ଗୌଣ ଦର୍ଶାଇବା ପାଇଁ | ତେଣୁ ସେସବୁ ଚକ୍ରାନ୍ତ ରେ ପଡନ୍ତୁ ନାହିଁ, ସବୁ ଧର୍ମ ଗ୍ରନ୍ଥ ନିଜେ ହିଁ ପଢନ୍ତୁ, ବୁଝନ୍ତୁ ଏବଂ ପିଲାମାନଙ୍କୁ ବୁଝାନ୍ତୁ, ଆମର ଓ