Myths & Facts about Rice, Ghee & Sugar | ଭାତ, ଘିଅ ଏବଂ ମିଠା ଖାଇବା ନିହାତି ଦରକାର କାହିଁକି |


ବନ୍ଧୁଗଣ ଏଇଟା କିଛି ନୂଆ ବିଷୟ ନୁହେଁ, ହେଲେ ଏହା ଏମିତି ଏକ ବିଷୟ ଯାହା କଥା ପଡିଲେ ପାଟିରେ ଲାଳ ଆସିଯାଏ | ଏହାର ନାମ ହେଲା ଖାଦ୍ୟ | ଖାଦ୍ୟକୁ ପୁଣି ନାନା ପ୍ରକାରରେ ବିଭକ୍ତ କର ଯାଇଛି, ଯେମିତିକି ଫୂଡ଼, ଜଙ୍କ ଫୂଡ଼, ଡାଏଟ ଫୂଡ଼ ଇତ୍ୟାଦି |

ଫୂଡ଼: ସାଧାରଣ ଖାଦ୍ୟ, ସମସ୍ତେ ଖାଆନ୍ତି, ସମସ୍ତଙ୍କ ଘରେ ତିଆରି ହୁଏ, ସବୁ ପ୍ରକାର ଖାଦ୍ୟସାର ଏଥିରେ ମହଜୁଦ ଥାଏ | ଏହି ଖାଦ୍ୟ ଖାଇ ଆମ ବାପା ଅଜା ଦୀର୍ଘ ଏବଂ ନିରୋଗ ଜୀବନ ଯାପନ କରିଥିଲେ, ହେଲେ ଏବେ ଏଥିରୁ ଅନେକ ଗୁଡିକୁ ସ୍ୱାସ୍ଥ୍ୟ ପାଇଁ ଅହିତକାରୀ ବୋଲି ଆଖ୍ୟା ଦିଆ ଯାଇଛି |

ଜଙ୍କ ଫୂଡ଼: ଏଥିରେ ଖାଦ୍ୟସାର ଯାହାବି ଥାଉ ବା ନଥାଉ, ଏହା ପାଟିକୁ ସୁଆଦ, ଆଜିକାଲି ସହଜରେ ମିଳି ଯାଉଛି, ସହଜରେ ତିଆରି ମଧ୍ୟ କରିହେଉଛି | ହେଲେ ଡାକ୍ତରଙ୍କ କହିବା ହିସାବରେ ଏହା ଶରୀର ପାଇଁ ମାରାତ୍ମକ | Processed , Packaged ଏବଂ Junk ଫୂଡ଼ ସବୁ ଏହି ଜାତୀୟ |

ଡାଏଟ ଫୂଡ଼: ୟା ବିଷୟରେ କଣ ବା କହିବି, ଏହି ଗୋଟିଏ ଶବ୍ଦ କୁ ପାଥେୟ କରି ଅଗଣିତ ଛୋଟ, ବଡ ଏମିତିକି ବହୁଦେଶୀୟ କମ୍ପାନୀ ମାନଙ୍କର ମଧ୍ୟ ବେପାର ଚାଲୁଛି | ଅର୍ଗାନିକ ଫୂଡ଼, ନାଚୁରାଲ ଫୂଡ଼, ସୁପର ଫୂଡ଼, ଡାଏଟ ଫୂଡ଼ ଏବଂ ଏମିତି ଆହୁରି ଅନେକ କିଛି | କିଏ କହୁଛି ଭୋକ ଲାଗିଲେ Chia Seed କୁ ପାଣିରେ ଗୋଳେଇ ପିଅ ଓଜନ କମିଯିବ ଏବଂ ଶରୀର ଫିଟ ରହିବ | ଆଉ କିଏ କହୁଛି Quinoa ସାଲାଡ଼ କରି ଖାଅ ଫିଟ ରହିବ |

କେହି ଓଜନ କମାଇବା ପାଇଁ ଭାତ ଖାଇବା ପୁରାପୁରି ଛାଡି ଦେଲେଣି ତ ଆଉ କେହି କେବଳ ସାଲାଡ଼ ଖାଇ ବଂଚୁଛନ୍ତି | କେହି ତେଲ, ଘିଅ ଇତ୍ୟାଦି ଖାଇବା ସମ୍ପୂର୍ଣ ବନ୍ଦ କରି ଦେଇଛନ୍ତି ଆଉ କେହି ଆଦୌ ମିଠା ଛୁଁ ନାହାନ୍ତି |

ଟିକେ ଭାବନ୍ତୁ ତ, ଆମର ବାପଅଜା କେଉଁ ଡାଏଟ ଫୂଡ଼ ଖାଉଥିଲେ ଯେ ଏତେ ସୁସ୍ଥ ଜୀବନ ଯାପନ କରୁଥିଲେ? ସମସ୍ତଙ୍କ ଘରେ ଘିଅ ମହୁ ରହୁଥିଲା ଓ ସମସ୍ତେ ସବୁକିଛି ଖାଉଥିଲେ, ତଥାପି ଫିଟ ରହୁଥିଲେ | ତାହେଲେ ସେଇ ସବୁ ଖାଇବା ଠୁ ଦୂରରେ ରହିବାପାଇଁ ଏବେ କାହିଁକି ଏତେ ଅପପ୍ରଚାର କରାଯାଉଛି?

କାରଣ ହେଲା କେବଳ ଗୋଟିଏ ଆଉ ସେଇଟା ହେଲା Business Strategy.

ଘିଅ ଖାଅନାହିଁ -> Olive Oil ଏବଂ Canola Oil ଖାଅ
ଚିନି ବା ଗୁଡ ଖାଅନାହିଁ -> Sugar Free ଖାଅ
ଭାତ ଖାଅନାହିଁ -> Multigrain ଅଟା ର ରୋଟି ଖାଅ
ସାଧାରଣ ଖାଦ୍ୟଶସ୍ୟ ଖାଅନାହିଁ -> ଅର୍ଗାନିକ ଖାଅ

ଆପଣମାନେ ଥରେ ଭାବି ଦେଖନ୍ତୁ ଏଥିରେ ଲାଭ କାହାର?

ଛାଡ଼ନ୍ତୁ, ମୋର ଏହି ଲେଖାଟି କେବଳ ଭାତ, ଘିଅ ଓ ମିଠା ଖାଇବା ର ଭଲମନ୍ଦ ଉପରେ, ତେଣୁ ଉପରୋକ୍ତ Business Strategy ବିଷୟରେ ଚର୍ଚ୍ଚା ପରେ କେବେ କରିବା | ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ ଭାତ, ଘିଅ ଓ ମିଠା ଖାଇବା ଆମର ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ |

ଏହିଠାରେ ମୁଁ ଜଣେ ଜଣାଶୁଣା Nutritionist “Rujuta Diwekar” ଙ୍କ ବିଷୟରେ ଉଲ୍ଲେଖ କରିବି | ହିନ୍ଦୁସ୍ତାନ ଟାଇମ୍ସ ର ଏକ ରିପୋର୍ଟ ଅନୁସାରେ Rujuta Diwekar ଜଣେ ସେଲିବ୍ରିଟି Nutritionist ଯିଏ କରିନା କପୂର ଓ ବରୁଣ ଧୱନ ଙ୍କ ଭଳି ତାରକା ମାନଙ୍କୁ ଫିଟ ରହିବାରେ ସାହାଯ୍ୟ କରିଛନ୍ତି |

ସେ କେତେକ ବହି ମଧ୍ୟ ଲେଖିଛନ୍ତି, ସେଥିରୁ ଦୁଇଟି ହେଲା:
୧. Women & The Weight Loss Tamasha
୨. Don’t Lose Your Mind, Lose Your Weight

ସେ ଜଣେ Post Graduate in Sports Science & Nutrition

ତାଙ୍କ ମତରେ Natural Sustainable Leaving ହେଲା ସବୁଠୁ ଉତ୍କୃଷ୍ଟ | କାରଣ ଡାଏଟ ନାଁରେ ଯଦି ଆଜି ଗୋଟିଏ ଜିନିଷକୁ ଦେହ ପାଇଁ ଭଲ ବୋଲି କୁହାଯାଉଛି, କିଛିଦିନ ପରେ ଆଉ ଏକ ରିସର୍ଚ୍ଚ ରେ ତାହା ଖରାପ ବୋଲି ବାହାରୁଛି | ଏମିତି ପରିସ୍ଥିତିରେ ଜଣେ ନିଜ ଖାଦ୍ୟାଭ୍ୟାସ କେତେଥର ବା ବଦଳାଇବ? ସେ ଆହୁରି ମଧ୍ୟ କୁହନ୍ତି ଯେ ମାତ୍ର କିଛି ବର୍ଷ ତଳେ Quinoa କିମ୍ବା Chia Seed ବିଷୟରେ କେହି କିଛି ଜାଣି ମଧ୍ୟ ନଥିଲେ, ତା ସତ୍ୱେ ସେମାନେ ଫିଟ ରହୁଥିଲେ | ତେବେ ସେଇ ସବୁ ଜିନିଷ ବର୍ତମାନ ଅଧିକ ଦାମ ଦେଇ କିଣି ଖାଇବାର ମାନେ କଣ? ବରଂ କ୍ଷତି ହେଇପାରେ ଯଦି ଶରୀର ଏହାକୁ ସହଜରେ ଗ୍ରହଣ ନକରି ପାରିଲା | ଏହା ସବୁ ଖାଇବା ଦ୍ୱାରା କେବଳ Weight Loss ଏବଂ Fitness Industries କୁ ଲାଭ ହେଇଥାଏ |

Rujuta ଙ୍କର କେତେଗୋଟି ଅତ୍ୟନ୍ତ ଲାଭଦାୟକ ଭିଡ଼ିଓ ତଳେ ଦିଆଯାଇଛି, ଆପଣମାନଙ୍କୁ ନିଶ୍ଚୟ ଖୁବ ଭଲ ଲାଗିବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଉପାଦେୟ ହେବ ବୋଲି ମୋର ବିଶ୍ୱାସ:

https://youtu.be/5w9Rac20OkI

READ  ହୋଲି ପର୍ବ ବିଷୟରେ କିଛି କଥା : "Holi", how this colorful festival is gradually disappearing.

ମୋର ଦୃଢ ବିଶ୍ୱାସ ଆପଣମାନଙ୍କୁ ମୋର ଏହି ଲେଖାଟି ମଧ୍ୟ ଖୁବ ଭଲ ଲାଗିବ | ଦୟା କରି ଆପଣଙ୍କ ମତାମତ ତଳେ କମେନ୍ଟ ମାଧ୍ୟମରେ ଜଣାନ୍ତୁନା | ଏହି ଲେଖାଟିକୁ ଆହୁରି ଭଲ କରିବା ପାଇଁ ଯଦି ଆପଣଙ୍କର କିଛି ପରାମର୍ଶ ଥାଏ, ତେବେ ମଧ୍ୟ ନିଶ୍ଚୟ ଜଣାନ୍ତୁ, ମୁଁ ଉପକୃତ ହେବି |

ତଳେ ମୁଁ କେତେଗୁଡିଏ ଲିଙ୍କ ଦେଇଛି, ଆପଣମାନଙ୍କ ମଧ୍ୟରୁ ଯଦି କେହି ଏହି ବିଷୟରେ ଅଧିକା ଜାଣିବାକୁ ଚାହିଁବେ ତେବେ ସେହି ଲିଙ୍କ ଗୁଡିକ ନିଶ୍ଚୟ ବହୁତ ଉପଯୋଗୀ ହେବ |

Further Reading:

୧. ଭାରତର ପ୍ରସିଦ୍ଧ ଖାଦ୍ୟ ବିଶେଷଜ୍ଞ ମାନେ ଏ ବିଷୟରେ କଣ କହନ୍ତି (ଲିଙ୍କ କୁ କ୍ଲିକ କରନ୍ତୁ) – Click Here
୨. ଆମେ କାହିଁକି ଭାତ, ଘିଅ ଓ ମିଠା ଖାଇବା ନିହାତି ଦରକାର (ଲିଙ୍କ କୁ କ୍ଲିକ କରନ୍ତୁ) – Click Here
୩. Rujuta Diwekar ମିଠା ବିଷୟରେ ଯାହା କୁହନ୍ତି (ଲିଙ୍କ କୁ କ୍ଲିକ କରନ୍ତୁ) – Click Here
୪. Rujuta Diwekar ଭାତ ବିଷୟରେ ଯାହା କୁହନ୍ତି (ଲିଙ୍କ କୁ କ୍ଲିକ କରନ୍ତୁ) – Click Here
୫. Rujuta Diwekar ଘିଅ ବିଷୟରେ ଯାହା କୁହନ୍ତି (ଲିଙ୍କ କୁ କ୍ଲିକ କରନ୍ତୁ) – Click Here & Here 


About ams73

Kindly refer to the About Me page at https://anindrasblog.com/about-me
View all posts by ams73 →

Leave a Reply