ହୋଲି ପର୍ବ ବିଷୟରେ କିଛି କଥା : “Holi”, how this colorful festival is gradually disappearing.


 

ହୋଲି” ଶବ୍ଦ ଟି ମନରେ ଆଣିଦିଏ ଏକ ଅଦ୍ଭୁତ ଉତ୍ସାହ ଓ ଉଦ୍ଦୀପନା I ଏହା ଏକ ଏମିତି ପର୍ବ ଯେଉଁଥିରେ ଚିହ୍ନା ଅଚିହ୍ନା, ଆପଣା ପର ଭଳି ଭେଦଭାବ ନଥାଏ I ହେଲେ ଆଜିକାଲି ଆଉ କଣ ହୋଲି ଆଗ ଭଳି ପାଳନ କରା ହେଉଛି? କେତେକ ଜାଗାରେ ନିଶ୍ଚୟ ହେଉଛି I ଉତ୍ତର ଭାରତ ର ପ୍ରାୟ ସବୁ ଜାଗାରେ ହୋଲି ଏବେବି ବହୁତ ଧୂମଧାମ ରେ ପାଳନ କରା ଯାଉଛି I ତା ଛଡା ମହାରାଷ୍ଟ୍ର ଏବଂ ପୂର୍ବ ଭାରତ ର କେତେକ ରାଜ୍ୟ ରେ ମଧ୍ୟ ହୋଲି ଏବେ ମଧ୍ୟ ଖୁବ ଭଲ ଭାବରେ ପାଳନ କରା ଯାଉଛି ବୋଲି ମୁଁ ଶୁଣିବାକୁ ପାଏ I

 

ହେଲେ ସହରାଞ୍ଚଳ ଗୁଡିକରେ ପ୍ରାୟ ଲୋକମାନେ ହୋଲି ଖେଳିବା ଛାଡି ସାରିଲେଣି I ଆଉ ଏହା ନିରାଧାର ନୁହେଁ, ଏହା ପଛରେ ଅନେକ ଗୁଡିଏ କାରଣ ମଧ୍ୟ ଅଛି I ଆସନ୍ତୁ ଦେଖିବା ସେସବୁ କାରଣ ଗୁଡିକ କଣ:

 

ଆପଣମାନେ ମୋ ସହିତ ନିଶ୍ଚୟ ସହମତ ହେବେ ଯେ ହୋଲି ସମୟରେ ହିଁ ପ୍ରାୟ ସବୁ ସ୍କୁଲ ଗୁଡିକରେ annual examination ଚାଲିଥାଏ କିମ୍ବା ଆରମ୍ଭ ହେବାକୁ ଯାଉଥାଏ I ଆଜିକାଲି ଦୁନିଆରେ ସବୁକ୍ଷେତ୍ର ରେ ଚାଲିଥିବା competition କୁ ଦେଖି parents ମାନେ ପାଠପଢ଼ା ଓ ପରୀକ୍ଷା କୁ ବହୁତ serious ଭାବେ ନେଉଛନ୍ତି I ସେଥିପାଇଁ ହେଇଯାଉଛି ପିଲାମାନଙ୍କର ହୋଲି ବନ୍ଦ ଏବଂ ପାଠପଢ଼ା ଚାଲୁ I

 

ହୋଲି ଖେଳରେ କେତେକ risk ମଧ୍ୟ ଅଛି, ଅସାମାଜିକ ଲୋକମାନେ ହୋଲି ରଙ୍ଗ ଆଢୁଆଳ ରେ ଅନୈତିକ କାର୍ଯ୍ୟ କଳାପ କରି ଥାନ୍ତି I ଏହି କାରଣରୁ ବି ଅନେକ ଲୋକ ହୋଲି ଖେଳିବାକୁ ପସନ୍ଦ କରନ୍ତି ନାହିଁ I

 

ରାସାୟନିକ (chemical) ରଙ୍ଗ ର ବ୍ୟବହାର ହେଉଛି ଆଉ ଏକ କାରଣ ଯାହା ଯୋଗୁ ଲୋକେ ହୋଲି ଖେଳିବାକୁ ପଛଘୁଞ୍ଚା ଦେଉଛନ୍ତି I ଏଭଳି ରଙ୍ଗ ରେ ଖେଳିଲେ ନାନା ପ୍ରକାର skin irritation ହୋଇଥାଏ I କିଛି ଲୋକ ହୋଲି ଖେଳିଲା ବେଳେ ଭଲ ମନ୍ଦ ନଭାବି ଆଖି ଏବଂ ପାଟି ରେ ମଧ୍ୟ ରଙ୍ଗ ମାରି ଦିଅନ୍ତି, ଏହା ସ୍ୱାସ୍ଥ୍ୟ ପାଇଁ ନିହାତି ଭାବେ କ୍ଷତି କାରକ I

 

ଆଜିକାଲି ଆଉ ଏକ ବଡ କାରଣ ହେଲା ପାଣି ର ଅଭାବ I ପ୍ରାୟ ସବୁ ସହରାଞ୍ଚଳ ରେ ବର୍ତମାନ ପାଣି ର ସମସ୍ୟା ଦେଖା ଦେଲାଣି I କେଉଁଠି ବହୁତ ବେଶୀ ତ କେଉଁଠି ଟିକିଏ କମ I ଏହି ଅବସ୍ଥାରେ ଯଦି ହୋଲି ଖେଳିବେ ତାହେଲେ ଗାଧୋଇବେ କେଉଁଠି?

 

READ  Nipah Virus: How to stay safe from it

ତଳେ ମୁଁ କିଛି ଫଟୋ ଦେଇଛି ଯେଉଁଠି ଆପଣ ମାନେ ଦେଖି ପାରିବେ ଯେ ଆମ generation ସ୍କୁଲ ରେ ପଢିବା ସମୟରେ ହୋଲି ର ଫଟୋ ଗୁଡିକ କେମିତି ଦିଶୁଥିଲା ଆଉ ଏବେ କେମିତି ଦିଶୁଛି:

 

ଏଇ ଭଳି ଥିଲା ଆମ ପିଲାବେଳର ହୋଲି:

ଆଉ ଏହିଭଳି ଦିଶୁଛି ଆଜିକାଲିର ହୋଲି:

 

ହେଲେ ମୋର ବିଶ୍ୱାସ ଏସବୁ ଅସୁବିଧା ସତ୍ୱେ ଆମେ ଛୋଟ ପିଲା ମାନଙ୍କୁ ଖେଳିବାକୁ ଉତ୍ସାହିତ କରିବା ଉଚିତ I ସେମାନଙ୍କ ଗାଧୋଇବା ପାଇଁ ବେଶୀ ପାଣି ର ଆବଶ୍ୟକତା ପଡିବ ନାହିଁ ଆଉ ଆମେ ସେମାନଙ୍କୁ ଖେଳିବା ପାଇଁ natural colour ଦେଇ ପାରିବା ଯାହା କ୍ଷତିକାରକ ନୁହେଁ I ସ୍କୁଲ ଗୁଡିକ ମଧ୍ୟ ହୋଲି ପୂର୍ବରୁ ଯଦି ପରୀକ୍ଷା ସାରିଦେଇ ପାରନ୍ତେ ତେବେ ଖୁବ ଭଲ ହୁଅନ୍ତା, କାରଣ ଛୋଟ ପିଲା ମାନେ ହିଁ ଏହି ପର୍ବ କୁ ସର୍ବାଧିକ ଉପଭୋଗ କରିଥାନ୍ତି ଏବଂ ତା ଦ୍ୱାରା ଏହି ଅତ୍ୟନ୍ତ ଲୋକପ୍ରିୟ ପର୍ବଟି ଜନମାନସରୁ ଲୁପ୍ତ ହୋଇ ଯିବ ନାହିଁ I ନହେଲେ ଆମର ନାତି ନାତୁଣୀ ମାନଙ୍କୁ କେବଳ ପୁରୁଣା ଫଟୋ ଦେଖାଇ ହୋଲି ବିଷୟରେ ଅବଗତ କରିବାକୁ ପଡିବ, ଭଗବାନ କରନ୍ତୁ ସେ ଦିନ କେବେ ନ ଆସୁ I


About ams73

Kindly refer to the About Me page at https://anindrasblog.com/about-me
View all posts by ams73 →

Leave a Reply