Fitness & Sports, Food, Health, Odia Articles

Advantages of drinking warm water | ଗରମ ପାଣି ପିଇବାର ଉପକାରିତା


 

Advantages of drinking warm water ଅର୍ଥାତ ଗରମ ପାଣି ପିଇବାର ଉପକାରିତା। ଗରମ ପାଣି ମାନେ ଫୁଟନ୍ତା ପାଣି ନୁହେଁ, ଉଷୁମ ପାଣି, ସର୍ବାଧିକ ଯେତିକି ଗରମ ପିଇ ପାରିବେ। ଆପଣ ମାନେ ଅନେକ ଲୋକଙ୍କ ଠାରୁ ଶୁଣିଥିବେ ଯେ ଗରମ ପାଣି ପିଇଲେ ବହୁତ ଭଲ, ଥଣ୍ଡା ଧରେ ନାହିଁ, ଓଜନ କମାଇ ଦିଏ, cholesterol କମ କରି ଦିଏ ଇତ୍ୟାଦି, ସେଇ କଥା ସବୁ କେତେଦୂର ଯୁକ୍ତିଯୁକ୍ତ ତାହା ଆମେ ଆଲୋଚନା କରିବା।

ସାଧାରଣତଃ ଥଣ୍ଡା ପାଣି ପିଇଲେ ଆମକୁ ଖୁବ ଶାନ୍ତି ଲାଗେ। ଆମେ ସେଥିରେ ଅଭ୍ୟସ୍ତ, ସେଥିପାଇଁ ସେମିତି ଲାଗେ ବୋଧହୁଏ। ହେଲେ ଥଣ୍ଡା ପାଣି ପିଇଲେ କିଛିଟା କ୍ଷତି ମଧ୍ୟ ହୋଇଥାଏ। ଯେଉଁ ପାଣି ଥଣ୍ଡା କିମ୍ବା ଗରମ ନଥାଏ ତାହା ଭଲ, ହେଲେ ଗରମ ପାଣି ପିଇବା ତା ଠାରୁ ମଧ୍ୟ ଭଲ ବୋଲି ଅନେକ ଲୋକ କହିଥାନ୍ତି ।

ତଳେ ମୁଁ ଗରମ ପାଣି ପିଇବା ବିଷୟରେ କିଛି ଲେଖିଛି, ଆଶା ଆପଣଙ୍କୁ ଭଲ ଲାଗିବ ଏବଂ କାମରେ ଆସିବ।

ସର୍ବଶେଷରେ ମୁଁ କେତେଗୁଡିଏ ଇଣ୍ଟରନେଟ ଲିଙ୍କ ଦେଇଛି, ସେଗୁଡିକ କୌଣସି news site ନୁହେଁ, ସେଗୁଡିକ ସ୍ୱାସ୍ଥ୍ୟ କ୍ଷେତ୍ର ରେ କେତେକ ବିଶ୍ୱାସ ଯୋଗ୍ୟ site, ଯାହାର ରିପୋର୍ଟ ଉପରେ ଆମେ ଭରସା କରି ପାରିବା। ମୋର ଏଇ ଲେଖାଟି ସେଇ ଲିଙ୍କ ଗୁଡିକ ଉପରେ ଆଧାରିତ।

(୧). ପ୍ରଥମ ଲିଙ୍କ ଟି ଅଛି ଏଇଠି:

ଏଇ ଲିଙ୍କ ରେ ଥିବା ଲେଖା ଅନୁସାରେ ଗରମ ପାଣି ପିଇବାର କିଛି ଉପକାରିତା ଅଛି ବୋଲି କୁହା ଯାଏ, ହେଲେ ତାର ଏପର୍ଯ୍ୟନ୍ତ କିଛି ବିଜ୍ଞାନ ସମ୍ମତ ପ୍ରମାଣ ନାହିଁ। ଉପକାରିତା ଗୁଡିକ ହେଲା:

* ଖାଦ୍ୟ ହଜମ କରିବା ଶକ୍ତି କୁ ବଢାଏ: ଗରମ ପାଣି ପେଟ ଭିତରେ ଖାଦ୍ୟ କୁ ସହଜରେ ହଜମ କରିବାରେ ସାହାଯ୍ୟ କରିଥାଏ।
* ଶରୀର ରୁ ଦୂଷିତ ପଦାର୍ଥ ବାହାର କରେ: ଶରୀର ର ତାପମାନ ବଢାଏ, ତାହା ଯୋଗୁ ଝାଳ ବାହାରେ, ଏବଂ ଦୂଷିତ ପଦାର୍ଥ ଗୁଡିକ ଝାଳ ଦ୍ୱାରା ବାହାରକୁ ବାହାରିଯାଏ।
* ରକ୍ତ ସଂଚାଳନ ରେ ସାହାଯ୍ୟ କରେ: ଗରମ ପାଣି ରକ୍ତ ପ୍ରବାହ କରୁଥିବା ଶିରା ପ୍ରଶିରା ଗୁଡିକୁ ପ୍ରସାରିତ କରିଥାଏ ଯାହା ଦ୍ୱାରା ରକ୍ତ ସଂଚାଳନ ସହଜରେ ହୋଇଥାଏ।
* ଓଜନ କମେଇବାରେ ସାହାଯ୍ୟ କରେ: କୁହାଯାଏ ଯେ ଗରମ ପାଣି ପିଇବା ଦ୍ୱାରା ଆମ ଶରୀରର metabolism ପଦ୍ଧତି ବଢ଼ିଯାଇଥାଏ ଯାହା ଓଜନ କମିବାରେ ସାହାଯ୍ୟ କରେ।
* ଯନ୍ତ୍ରଣା କମ କରିଥାଏ: କୌଣସି ଜାଗା ରେ ଦରଜ ହେଲେ ଗରମ ପାଣି ସେକ ଦେଲେ ଦରଜ କମିଥାଏ, ସେହି ଭଳି ଗରମ ପାଣି ପିଇଲେ ଦେହର ଯନ୍ତ୍ରଣା କମ ଜଣା ପଡିଥାଏ।
* ଥଣ୍ଡା ଧରିଥିବା ସମୟ ରେ ଲାଭଦାୟକ: ଗରମ ପାଣି ଏହି ସମୟ ରେ କଫ କୁ ପତଳା କରିଦିଏ, ଯାହାଦ୍ୱାରା ତାହା ସହଜ ରେ ନିଷ୍କାସିତ ହୋଇଯାଇ ଥାଏ।

READ  How to Save Water? Save Water, Save Earth, Let's Save some for Our Children

ଆପଣ ଉପରେ ଦିଆଯାଇଥିବା ଲିଙ୍କ ରେ ପଢି ପାରିବେ ଯେ ଏଇସବୁ ତଥ୍ୟ ମଧ୍ୟ ରୁ କିଛି ଉପରେ ଗବେଷଣା କରା ଯାଇଛି ହେଲେ କିଛି ଏହାକୁ ଠିକ ବୋଲି କହିବା ବେଳେ କିଛି ଭୁଲ ମଧ୍ୟ କହିଛନ୍ତି।

(୨). ଦ୍ଵିତୀୟ ଲିଙ୍କ ଟି ଅଛି ଏଇଠି:

ଏଇଟି EUROPEAN JOURNAL OF PHARMACEUTICAL AND MEDICAL RESEARCH ରେ ପ୍ରକାଶିତ ହୋଇଥିବା ଗୋଟିଏ ରିସର୍ଚ୍ଚ ପେପର। ଏହି ପେପର ଅନୁସାରେ ଗରମ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷ ରେ ଅତ୍ୟନ୍ତ ହିତକର ଏବଂ ଉପରେ ଲେଖା ଯାଇଥିବା ଉପକାରିତା ସବୁ ନିରାଟ ସତ। ଏହି ରିସର୍ଚ୍ଚ ପେପର ଟି ୧୭ ଟି ପୃଷ୍ଠା ବିଶିଷ୍ଟ। ଏଥିରେ ଗରମ ପାଣି ପିଇବାର ଉପକାରିତା ବିଷୟରେ ଖୁବ ପ୍ରାଞ୍ଜଳ ଭାବେ ବର୍ଣନା କର ଯାଇଛି। ଆଶାକରେ ଏଇ ଲେଖା ଟି ପାଠକ ମାନଙ୍କୁ ଖୁବ ପସନ୍ଦ ହେବ। ମୋ ମତରେ, ଯଦିଓ ବୈଜ୍ଞାନିକ ଗବେଷଣା ଫଳାଫଳ ଗୁଡିକ ସମ୍ପୂର୍ଣ ଭାବରେ ଏହାର ସପକ୍ଷରେ କିମ୍ବା ବିପକ୍ଷରେ ନୁହନ୍ତି, ତଥାପି ଆମେ ଏହାକୁ ପରୀକ୍ଷା କରି ଦେଖିଲେ କିଛି କ୍ଷତି ନାହିଁ। କିଛିଦିନ ଏହାକୁ ପରୀକ୍ଷା କରିବା, ଯଦି କିଛି ଲାଭ ହୁଏ ତେବେ ଆଗକୁ କରି ଚାଲିବା ନଚେତ ବନ୍ଦ କରିଦେବା। ଆପଣ ମାନଙ୍କୁ ମୋର ଏହି ଲେଖାଟି କେମିତି ଲାଗିଲା, ତଳେ comment ମାଧ୍ୟମରେ ଜଣାନ୍ତୁନା।

 


About Anindra

Kindly refer to the About Me page at http://www.anindrasblog.com/about-me
View all posts by Anindra →

4 thoughts on “Advantages of drinking warm water | ଗରମ ପାଣି ପିଇବାର ଉପକାରିତା

Leave a Reply

This site uses Akismet to reduce spam. Learn how your comment data is processed.